ଆମ ବିଷୟରେ

ଆମ ବିଷୟରେ

ଗ୍ରୀଡ଼କୋ ଲିମିଟେଡ୍ (ପୂର୍ବରୁ ଗ୍ରୀଡ୍ କର୍ପୋରେସନ୍ ଅଫ୍ ଓଡିଶା ଲିମିଟେଡ଼), ବିଦ୍ୟୁତ୍ ବିତରଣ କମ୍ପାନୀଙ୍କ ପାଇଁ ମୋଟା ଆକାରର ବିଦ୍ୟୁତ୍ କ୍ରୟ ପାଇଁ ରାଜ୍ୟ ନିଯୁକ୍ତ ସଂସ୍ଥା । ରାଜ୍ୟର ବିଦ୍ୟୁତ୍ ବିତରଣ କମ୍ପାନୀ ଏବଂ ଅନ୍ୟାନ୍ୟ ସଂପୃକ୍ତ ସଂସ୍ଥାଗୁଡ଼ିକ ପାଇଁ ଅକ୍ଷୟ ଶକ୍ତି କ୍ରୟ ବାଧ୍ୟତା ଅନୁପାଳନ ଦାୟିତ୍ୱ (RPO) ମଧ୍ୟ ଗ୍ରୀଡ଼କୋ ନିର୍ବାହ କରୁଅଛି । ବିଦ୍ୟୁତ୍ ବିତରଣ କମ୍ପାନୀର ଚାହିଦା ପୂରଣ କରିବା ପାଇଁ ଅକ୍ଷୟ ଶକ୍ତି କ୍ରୟ ଦାୟିତ୍ୱ (RPO)ର ଅନୁପାଳନ ନିମିତ୍ତ ଆବଶ୍ୟକ ଶକ୍ତିର ମିଶ୍ରଣ, ସମ୍ପୃକ୍ତ ଉତ୍ସ ଗୁଡିକର କାର୍ଯ୍ୟ ସମାପ୍ତର ସମୟ ଓ ଖୁଚୁରା ଶୁଳ୍କ ଉପରେ ପ୍ରଭାବକୁ ଦୃଷ୍ଟିରେ ରଖି ଗ୍ରୀଡ଼କୋ ଏହାର ଭବିଷ୍ୟତର ଶକ୍ତି କ୍ରୟ ଯୋଜନା କରେ । ବର୍ତ୍ତମାନ ଏବଂ ଭବିଷ୍ୟତର ଅକ୍ଷୟ ଶକ୍ତି କ୍ରୟ ଦାୟିତ୍ୱ (RPO) କୁ ପୂରଣ କରିବା ପାଇଁ ଗ୍ରୀଡ଼କୋ ଜୁଲାଇ ୨୦୨୩ ସୁଦ୍ଧା, ବୃହତ ଜଳବିଦ୍ୟୁତ୍ ଶକ୍ତି ସମେତ ୫,୮୨୮ ମେଗାୱାଟ ଅକ୍ଷୟ ଶକ୍ତି ପାଇଁ ଚୁକ୍ତି କରିଛି । ଚୁକ୍ତିଭିତ୍ତିକ କ୍ଷମତା ମଧ୍ୟରୁ ୩,୮୩୦ ମେଗାୱାଟ ପୂର୍ବରୁ ସ୍ଥାପିତ ହୋଇସାରିଛି । ରାଜ୍ୟରେ ଅକ୍ଷୟ ଶକ୍ତି ପ୍ରକଳ୍ପର ବିକାଶ ଉପରେ ମୁଖ୍ୟତଃ ଗୁରୁତ୍ୱ ଦିଆଯିବା ସହ ରାଜ୍ୟରେ ୧୦,୦୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ପ୍ରକଳ୍ପର ଲକ୍ଷ୍ୟ ହାସଲ ସହିତ ଓଡିଶା ଅକ୍ଷୟ ଶକ୍ତି ନୀତି, ୨୦୨୨ କାର୍ଯ୍ୟକାରୀ କରିବା ପାଇଁ ଗ୍ରାଡ଼କୋକୁ ରାଜ୍ୟ ନୋଡାଲ ଏଜେନ୍ସି ଭାବରେ ମନୋନୀତ କରାଯାଇଛି । ଓଡ଼ିଶା ଅକ୍ଷୟ ଶକ୍ତି ନୀତି, ୨୦୨୨ ସମସ୍ତ ବାଧ୍ୟତାମୂଳକ ସଂସ୍ଥାଗୁଡ଼ିକ ସମେତ ନିଜସ୍ୱ ଉତ୍ପାଦନ କେନ୍ଦ୍ରରୁ ଶକ୍ତି ଉପଲବ୍ଧ କରୁଥିବା ଶିଳ୍ପଗୁଡିକ ପାଇଁ ମୁକ୍ତ ପ୍ରବେଶ (Open Access) ମାଧ୍ୟମରେ ସମାନ ଅକ୍ଷୟ ଶକ୍ତି କ୍ରୟ ଦାୟିତ୍ୱ (RPO) ପ୍ରଦାନ କରିଛି ।

  • ଓଡ଼ିଶାର ଅକ୍ଷୟ ଶକ୍ତି ସମ୍ଭାବନାକୁ ଉପୟୋଗ କରିବା ଏବଂ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା, ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଏବଂ ପରିବେଶର ସୁରକ୍ଷା ପାଇଁ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା
  • ସ୍ୱଚ୍ଛ ଶକ୍ତି ବିକଳ୍ପ ଗ୍ରହଣକୁ ତ୍ୱରାନ୍ୱିତ କରିବା ଏବଂ ଉଭୟ ଗ୍ରୀଡ୍ ଆଧାରିତ ବିଦ୍ୟୁତ୍ ବ୍ୟବହାର ଏବଂ ରାଜ୍ୟରେ ଶିଳ୍ପ ଉପଭୋକ୍ତାମାନଙ୍କର ନିଜସ୍ୱ ବ୍ୟବହାରକୁ ଅନ୍ତର୍ଭୁକ୍ତ କରୁଥିବା ଶକ୍ତି କ୍ଷେତ୍ରକୁ ଅଙ୍ଗାରକାମ୍ଳ ମୁକ୍ତ କରିବା
  • ରାଜ୍ୟର ସ୍ୱଚ୍ଛ ଶକ୍ତି ସମ୍ଭାବନାକୁ ବ୍ୟବହାର କରିବା ଏବଂ ରାଜ୍ୟରେ ସବୁଜ ଶକ୍ତି ପ୍ରକଳ୍ପର ବିକାଶକୁ ସୁଗମ କରି ଉପଲବ୍ଧ ଉତ୍ସଗୁଡିକର ସର୍ବୋତ୍ତମ ଉପଯୋଗ କରିବା
  • ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା, ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ଏବଂ ରାଜ୍ୟ ଅର୍ଥନୀତିର ବିକାଶ କରିବା
  • ଗବେଷଣା ଓ ଉନ୍ନତିକରଣ (R&D)କୁ ସୁଗମ କରିବା ଏବଂ ରାଜ୍ୟରେ ନୂତନ ପ୍ରୟାସରେ ଉଦୀୟମାନ ଅକ୍ଷୟ ଶକ୍ତି ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା

ପ୍ରମୁଖ ବୈଶିଷ୍ଟ୍ୟ ଗୁଡିକ।

ନିର୍ଦ୍ଦିଷ୍ଟ / ଚିହ୍ନିତ ଉତ୍ସଗୁଡ଼ିକ ପାଇଁ ପ୍ରତିଯୋଗିତା ମୂଳକ ବିଡିଂ

  • ସୌର ପାର୍କ ପାଇଁ ବିଡିଂ
  • ଭାସମାନ ସୌର ପ୍ରକଳ୍ପ ପାଇଁ ବିଡିଂ
  • ପମ୍ପ ଚାଳିତ ଜଳ ବିଦ୍ୟୁତ୍ ସଂରକ୍ଷଣ ପ୍ରକଳ୍ପ ପାଇଁ ବିଡିଂ
  • କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ବିଡିଂ

ଶକ୍ତି ନିଷ୍କ୍ରମଣର ସୁବିଧାକରଣ

  • ଆବେଦନପତ୍ର ଗୁଡ଼ିକ ପ୍ରାପ୍ତ ହୋଇଛି
  • ଶକ୍ତି ନିଷ୍କ୍ରମଣର ସୁବିଧାକରଣ କରାଯାଇଛି।
  • ଓପିଟିସିଏଲ ର କାର୍ଯ୍ୟ ସହାୟତା ନିଆଯାଇଛି
  • ବିଦ୍ୟୁତ୍ ବିତରଣ କମ୍ପାନୀ ଗୁଡିକ ସେବା ସହାୟତା ନିଆଯାଇଛି

ଅକ୍ଷୟ ଶକ୍ତି ଅଧିଗ୍ରହଣ ପ୍ରକ୍ରିୟାକୁ ସୁଗମ କରାଯାଇଛି

  • ଛାତ ଉପରେ ସୌର ପ୍ରକଳ୍ପ
  • ଶିଳ୍ପଗୁଡିକୁ ଅକ୍ଷୟ ଶକ୍ତିର ଯୋଗାଣ
  • ବିଦ୍ୟୁତ୍ ଚାଳିତ ଯାନକୁ ଗ୍ରହଣ କରିବା
  • ବର୍ଜ୍ୟବସ୍ତୁରୁ ଶକ୍ତି

ଜମି ଆବଣ୍ଟନର ସୁବିଧା କରଣ

  • ଆବେଦନପତ୍ର ଗୁଡ଼ିକ ଗ୍ରହଣ କରାଯାଇଛି।
  • ଜମି ଆବଣ୍ଟିତ ହୋଇଛି
  • ଓଡିଶା ଶିଳ୍ପ ଉନୟନ ନିଗମ ଲିମିଟେଡ୍ (ଇଡକଲ୍) ସହିତ ନିଆଯାଇଥିବା ସମସ୍ୟାଗୁଡିକ

ସିଙ୍ଗିଲ ୱିଣ୍ଡୋ କମିଟି ଅନୁମୋଦନ ଏବଂ ବୈଧାନିକ ଅନୁମତିପତ୍ର

  • ସିଙ୍ଗିଲ ୱିଣ୍ଡୋ କମିଟି (SWC) ର ଗଠନ
  • ପୂର୍ବ ସିଙ୍ଗିଲ ୱିଣ୍ଡୋ କମିଟି (SWC) ଗୁଡ଼ିକର ମୁଖ୍ୟ ଆକର୍ଷଣ।

ରିହାତି ଏବଂ ପ୍ରୋତ୍ସାହନ

  • ଆବେଦନପତ୍ର ଗୁଡ଼ିକ ଗ୍ରହଣ କରାଯାଇଛି
  • ରିହାତି ଏବଂ ପ୍ରୋତ୍ସାହନର ସୁବିଧା କରାଯାଇଛି

ନିତି (Policy)କୁ ସକ୍ଷମ କରିବା ନିୟମାବଳୀ / ମାର୍ଗଦର୍ଶିକା

  • ପମ୍ପ ଚାଳିତ ଜଳ ବିଦ୍ୟୁତ୍ ସଂରକ୍ଷଣ ପ୍ରକଳ୍ପ ପାଇଁ ଉର୍ଦ୍ଦିଷ୍ଟ ମାର୍ଗଦର୍ଶିକାକୁ ସକ୍ଷମ କରିବା
  • ରାଜ୍ୟରେ ନେଟ-ମିଟରିଂକୁ ସକ୍ଷମ କରିବା

ଅକ୍ଷୟ ଶକ୍ତି କ୍ରୟ ବାଧ୍ୟତା ଅନୁପାଳନ (RPO) ଉପରେ ନଜର ରଖିବା

  • ବିଦ୍ୟୁତ୍ ବିତରଣ କମ୍ପାନୀ ଗୁଡ଼ିକର ଅକ୍ଷୟ ଶକ୍ତି କ୍ରୟ ଦାୟିତ୍ୱର (RPO) ଅନୁପାଳନ
  • ଶିଳ୍ପ ସଂସ୍ଥା ଗୁଡ଼ିକର ଅକ୍ଷୟ ଶକ୍ତି କ୍ରୟ ଦାୟିତ୍ୱର (RPO)ଅନୁପାଳନ

ଉତ୍ସର ସମ୍ଭାବ୍ୟ ମୂଲ୍ୟାଙ୍କନ ଏବଂ ସାଇଟ ଗୁଡିକର ପୂର୍ବ ବିକାଶ

  • ପବନ ଶକ୍ତି ଉତ୍ପାଦନ ପାଇଁ ସମ୍ଭାବ୍ୟ ମୂଲ୍ୟାଙ୍କନ
  • ଜଳ ବିଦ୍ୟୁତ୍ ଉତ୍ପାଦନ ପାଇଁ ସମ୍ଭାବ୍ୟ ମୂଲ୍ୟାଙ୍କନ।
  • ସୌରଶକ୍ତି ଉତ୍ପାଦନ ପାଇଁ ସମ୍ଭାବ୍ୟ ମୂଲ୍ୟାଙ୍କନ
  • ପମ୍ପ ଚାଳିତ ଜଳ ବିଦ୍ୟୁତ୍ ସଂରକ୍ଷଣ ପ୍ରକଳ୍ପ ଗୁଡିକର ଉତ୍ପାଦନ ପାଇଁ ସମ୍ଭାବ୍ୟ ମୂଲ୍ୟାଙ୍କନ

ଅକ୍ଷୟ ଶକ୍ତି ଗବେଷଣା ପ୍ରତିଷ୍ଠାନ

  • ହିତାଧିକାରୀଙ୍କ ପାଇଁ R&D ପ୍ଲାଟଫର୍ମ।
  • ଜ୍ଞାନ ଆଦାନ ପ୍ରଦାନ ପାଇଁ ସହଯୋଗ
  • ଉତ୍ସର ଆକଳନ
  • ପ୍ରଯୁକ୍ତିବିଦ୍ୟା ଗ୍ରହଣ ଉପରେ ଗବେଷଣା।
  • ଶିଳ୍ପ ସଂସ୍ଥାଗୁଡିକର ଶକ୍ତି ପରିବର୍ତ୍ତନ

ଓଡିଶା ଅକ୍ଷୟ ଶକ୍ତି ପାଣ୍ଠିର ରକ୍ଷଣାବେକ୍ଷଣ

  • ଅକ୍ଷୟ ଶକ୍ତି ଗବେଷଣା ପ୍ରତିଷ୍ଠାନ
  • ଗ୍ରୀଡ୍-ସଂଯୁକ୍ତ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡିକ ପାଇଁ ଅଭିନବ / ନୂତନ ପ୍ରଯୁକ୍ତିବିଦ୍ୟା ଜଡିତ VGF
  • ସମ୍ଭାବ୍ୟ ମୂଲ୍ୟାଙ୍କନ
  • ଆକର୍ଷଣୀୟ ଅକ୍ଷୟ ଶକ୍ତି ନୀତି ୨୦୨୨
  • ଏକ ଉତ୍ତମ ଶାସନ ଏବଂ ଦୃଢ ନେତୃତ୍ୱ
  • ପିପିପି (ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍) ମଡେଲକୁ ପ୍ରୋତ୍ସାହନ
  • ସୁସଜ୍ଜିତ ସାମୁଦ୍ରିକ ବନ୍ଦର ଏବଂ ବିକଶିତ ରେଳ ଓ ସଡକ ଭିତ୍ତିଭୂମି
  • ଭୂମି ଏବଂ ଜଳାଶୟ ପରି ପ୍ରାକୃତିକ ଅକ୍ଷୟ ଶକ୍ତି ସମ୍ଭାବ୍ୟର ଉପଲବ୍ଧତା
  • ସମସ୍ତ ଅକ୍ଷୟ ଶକ୍ତି ପ୍ରକଳ୍ପର ଅନୁମୋଦନ ପାଇଁ ଏକ ସିଙ୍ଗିଲ ୱିଣ୍ଡୋର ସୁବିଧା
  • ଏକ ସମୟସୀମା ମଧ୍ୟରେ ସମସ୍ତ ଅକ୍ଷୟ ଶକ୍ତି ପ୍ରକଳ୍ପର ଅନୁମୋଦନ / ଆବଣ୍ଟନର ସୁବିଧା
  • ଦ୍ରୁତ ଗତିରେ ନିଜସ୍ୱ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡିକର ଅନୁମୋଦନ
  • କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସମସ୍ତ ସୁବିଧା ଗୁଡ଼ିକର ନିରବିଚ୍ଛିନ୍ନ ସ୍ଥାନାନ୍ତରଣ
  • ବିଦ୍ୟୁତ୍ ନିଷ୍କ୍ରମଣ ପାଇଁ ଉତ୍ସର୍ଗୀକୃତ ସବୁଜ ଶକ୍ତି କରିଡରର ବ୍ୟବସ୍ଥା ଯାହା ଅଧ୍ୟୟନ ଏବଂ ପରିକଳ୍ପନା ସ୍ତରରେ ରହିଛି
  • ସମସ୍ତ ପ୍ରକାରର ପମ୍ପ ଚାଳିତ ଜଳ ବିଦ୍ୟୁତ୍ ସଂରକ୍ଷଣ ପ୍ରକଳ୍ପ ପାଇଁ ଅନନ୍ୟ ପ୍ରାକୃତିକ ଭୂଖଣ୍ଡର ଉତ୍କୃଷ୍ଟ ସମ୍ଭାବନା ଅଛି
  • ଅକ୍ଷୟ ଶକ୍ତି କ୍ରୟ ବାଧ୍ୟତା (RPO) ଅନୁପାଳନ କରିବାକୁ ପ୍ରତିଶୃତିବଦ୍ଧି
Bulb

An early bird takes the worms -
ଆସନ୍ତୁ ; ଆମ ସହିତ ନିବେଶ କରନ୍ତୁ ଏବଂ ଆମ ସ୍ୱାଗତ।ଙ୍କ।କ୍ଷୀ ଉତ୍କଳୀୟ ସଂସ୍କୃତିର ସ।ଥୀ ହୁଅନ୍ତୁ ଏବଂ ପାର୍ଥକ୍ୟର ସ୍ୱାଦ ଉପଲବ୍ଧ କରନ୍ତୁ!